ଆଜି ସନ୍ଧ୍ୟାରେ ଆକାଶରେ ଦେଖିବାକୁ ମିଳିବ ଏକ ଅଦ୍ଭୁତ ଦୃଶ୍ୟ : ପଶ୍ଚିମରେ ସୂର୍ଯ୍ୟ ଅସ୍ତ ହେବା ପରେପରେ ପୂର୍ବରେ ଉଦୟ ହେବ ମଙ୍ଗଳ

ନୂଆଦିଲ୍ଲୀ , ୧୩।୧୦ : ଆଜି ମହାକାଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବ ଏବଂ ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ । କାରଣ ଆଜି ମଙ୍ଗଳ ଗ୍ରହ ପୃଥିବୀର ନିକଟତମ ହେବ  ଏବଂ ତାର ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁ ଥିବାର ଦେଖିବାକୁ ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ ପୁସ୍ତକର ଲେଖକ ଗୁରୁମିତ ବେଦୀ କହିଛନ୍ତି ଯେ, ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ଦିନ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ହେବ ଏବଂ ପୃଥିବୀ ସିଧା ମଙ୍ଗଳ ଏବଂ ସୂର୍ଯ୍ୟ ମଝିରେ ରହିବ।

Leave a Reply

Your email address will not be published. Required fields are marked *