ଆଜି ର ବଡ଼ ଖବର

  • ଭୁବନେଶ୍ଵରର ସବୁ ରୁଟ୍ରେ ମୋ ବସ୍ ଚଳାଚଳ କରିବ । ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ ୧୪୪ଟି ମୋ ବସ।କେବଳ ରୁଟ୍ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍ରେ ମୋ’ ବସ୍ ଚାଲିବ ।
  • ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି।
  • ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ। ଏହି ଚାରି କଂପାନି ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବରରେ (ଦ୍ବିତୀୟ ତ୍ରୟମାସ) ରାଜ୍ୟରୁ ୧୨୨୨ କୋଟି ଟଙ୍କା ଆୟ କରିଛନ୍ତି।
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାତାର ଦ୍ବିତୀୟ ବାର ରାଷ୍ଟ୍ରପତି ହେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଜାନୁଆରିରୁ ସେ ଏ ସଂକ୍ରାନ୍ତ ଅଭିଯାନ ଆରମ୍ଭ କରିବେ ବୋଲି ସଙ୍କେତ ଦେଇଛନ୍ତି।
  • ଦେଶର ସମସ୍ତ ରେଳ ଷ୍ଟେସନରେ ଆଗକୁ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ମିଳିବ ଚା’। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ।
  • କେନ୍ଦ୍ର ୨୦୨୧ମସିହା ଅଗଷ୍ଟ ମାସ ସୁଦ୍ଧା ୨୫-୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ଯୋଜନା କରିବା ସହ ସେହି ଅନୁସାରେ ପ୍ରସ୍ତୁତି କରୁଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
  • ୫୦ ବର୍ଷର ବିଜ୍ଞାନଜନିତ ସମସ୍ୟାର ସମାଧାନ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍

Leave a Reply

Your email address will not be published. Required fields are marked *