Skip to content
- ଅଭିନେତା ସୋନୁ ସୁଦ ତାଙ୍କର ବିଭିନ୍ନ ସମୟରେ ଅସହାୟ, ନିସହାୟ ଓ ଅଭାବୀ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ମାନବିକତାର ଏକ ନୂତନ ନିଦର୍ଶନ ସୃଷ୍ଟି କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ମୁମ୍ବାଇର ଜୁହୁରେ ରହିଥିବା ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି ଯୋଗାଡ଼ କରିଛନ୍ତି ୧୦ କୋଟି ଟଙ୍କା।
- ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ୍-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଫଳରେ ତାହା ସେମାନଙ୍କ ପାଇଁ ଏକ ସାମାଜିକ କଳଙ୍କର କାରଣ ହେଉଛି। ଏଥିସହ ଏପରି କରିବା ଦ୍ୱାରା ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି।
- ଓ଼ଡ଼ିଶା ସହିତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ତଥା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ- ଡାମନ ଓ ନଗରହାଭେଲୀ ଏବଂ ଲକ୍ଷାଦ୍ୱୀପରେ କୁଷ୍ଠରୋଗ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସଂସଦୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟି ରିପୋର୍ଟରେ ଉଦ୍ବେଶ ପ୍ରକାଶ ପାଇଛି।
- ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର।
- କୃଷି ଆଇନ ରଦ୍ଦ ପାଇଁ ଦାବି କରି ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର ଓ ବ୍ୟାପକ କରୁଥିବା ବେଳେ ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ଦେଶର ବିରୋଧୀ ଦଳର ନେତାମାନେ ମିଳିତ ଭାବେ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅନୁରୋଧ କରିଛନ୍ତି।
- ୨୦୨୦ ବର୍ଷ ପାଇଁ ଫୋର୍ବସ୍ର ଏହି ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ କ୍ରମାଗତ ଭାବେ ଦଶମ ବର୍ଷ ପାଇଁ ଜର୍ମାନର ଚାନେ୍ସଲର ଆଞ୍ଜେଲା ମର୍କେଲ ଶୀର୍ଷରେ ରହିଛନ୍ତି। ଆମେରିକାର ଉପରାଷ୍ଟ୍ରପତି ନିର୍ବାଚିତ କମଲା ହାରିସ୍ ଅଛନ୍ତି ଏହି ତାଲିକାରେ ତୃତୀୟ ସ୍ଥାନରେ।
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏଚସିଏଲ୍ ଏଣ୍ଟରପ୍ରାଇଜ୍ ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଭାରତୀୟ ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନି ବାୟୋକନର ପ୍ରତିଷ୍ଠାତା କିରଣ ମଜୁମଦାର ବି ଚଳିତ ବର୍ଷ ଫୋର୍ବସ୍ ଦ୍ୱାରା ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
- ଫୁଲବାଣୀରେ ଖୋଲାଯିବ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସପିଟାଲ । ସେହିପରି କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ମେଡ଼ିକାଲ କଲେଜର ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।
- ସରକାର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ପାଇଁ ୧୫୮୪ କୋଟି ଟଙ୍କା ମଞ୍ଜୁର ହୋଇଛି।
- କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବେ। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।