ଆଜି ର ବଡ଼ ଖବର ୭।୧୨

 

  1. ଦେଶର ଜିଡିପି ଆସନ୍ତା ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ଆଡକୁ କୋଭିଡ୍-୧୯ ପୂର୍ବ ଭଳି ସ୍ଥିତିରେ ପହଞ୍ଚିଯିବ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୮ ପ୍ରତିଶତରୁ କମ ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୭.୫ ପ୍ରତିଶତ ରହିବ ବୋଲି ଅନୁମାନ କରିଛି ।
  2. କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ପ୍ରାୟ ଦୁଇ ସପ୍ତାହ ଧରି ଦିଲ୍ଲୀ ସୀମାନ୍ତରେ ଏକତ୍ରିତ ହୋଇଥିବା କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ମଙ୍ଗଳବାରର ‘ଭାରତ ବନ୍ଦ’କୁ ସମର୍ଥନ କରିବାକୁ ଅନେକ ବିରୋଧୀ ଦଳ ଘୋଷଣା କରିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି , ବାମପନ୍ଥୀ ଦଳ, ତାମିଲନାଡୁର ଡିଏମକେ ଏବଂ ତେଲେଙ୍ଗାନାର ଶାସକ ଟିଆରଏସ ଭଳି ରାଜନୈତିକ ଦଳଗୁଡ଼ିକ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।
  3. କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏବେ ସେମାନଙ୍କୁ ହାଡ଼ଭଙ୍ଗା ଶୀତରୁ ରକ୍ଷା ଦେବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦେଇଛନ୍ତି, ‌ହେଲେ ଏ ବିଷୟରେ ସେ ପ୍ରଚାର ନକରି ଚୁପଚାପ ଏଭଳି କରିଥିବା ଜଣା ପଡ଼ିଛି।
  4. ଭାରତରେ ୨ଟି କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୨୦୨୧ ଜାନୁଆରି ସୁଦ୍ଧା ଏହି ୨ଟି ଟିକାର ଜରୁରୀ ବ୍ୟବହାର ହୋଇପାରେ ବୋଲି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି।
  5. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କରିଛି ଭାରତ ।
  6. ୭୬ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେବା ଯୋଗାଇବାର ଗୌରବମୟ ଇତିହାସ ବହନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଦେଶର ପୁରାତନ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ, ଏପରିକି ବିଶ୍ୱର ଅନେକ ସ୍ୱାସ୍ଥ୍ୟାନୁଷ୍ଠାନ ମଧ୍ୟରେ ପୁରାତନ।
  7. ବୃହସ୍ପତି ଓ ଶନି ଅତ୍ୟନ୍ତ ନିକଟତର ହେବା ଓ ଆକାଶରେ ତାରା ଭଳି ଦେଦିପ୍ୟମାନ ଦେଖାଯିବାର ବିରଳ ଦୃଶ୍ୟ ଆକାଶରେ ଡିସେମ୍ବର ୨୧ ତାରିଖରେ ଦେଖାଯିବ। ଦୀର୍ଘ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ପରସ୍ପରର ଏତେ ନିକଟତର ହେଉଥିବା ଏମ.ପି. ବିରଳା ତାରାମଣ୍ଡଳର ନିର୍ଦ୍ଦେଶକ ଦେବୀ ପ୍ରସାଦ ଦୁଆରୀ ରବିବାର କହିଛନ୍ତି।
  8. ୨୦୨୧ ଜାନୁଆରୀରୁ ଦେଶରେ ସିଏଏ ଲାଗୁ ହୋଇପାରେ ବୋଲି କହିଛନ୍ତି କୈଳାଶ ବିଜୟବର୍ଗିୟ। ଏହା ଦ୍ବାରା କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଥିବା ବହୁ ଶରଣାର୍ଥୀଙ୍କୁ ନାଗରିକତା ଦେଇପାରନ୍ତି ବୋଲି ସେ କହିଛନ୍ତି।
  9. ୯୭୧ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହେଉଥିବା ନୂତନ ସଂସଦ ଭବନର ଭୂମିପୂଜନ ଡିସେମ୍ବର ୧୦ରେ ଅପରାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହେବ।ନୂତନ ସଂସଦ ଭବନରେ ଲୋକସଭା ସଦସ୍ୟ ପାଇଁ ପ୍ରାୟ ୮୮୮  ଆସନ ଓ ରାଜ୍ୟସଭା ସଦସ୍ୟ ପାଇଁ ୩୨୬ରୁ ଅଧିକ ଆସନ ରହିବ।
  10. ବୁରେଭି ଓ ନିବାର ପରେ ତାମିଲନାଡୁରେ ଆଉ ଏକ ସାମୁଦ୍ରିକ ବାତ୍ୟାର ପ୍ରକୋପ ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାର ନାମ ‘ଅର୍ଣ୍ଣବ’ ବୋଲି ଜଣାଯାଇଛି। ଏହାଦ୍ୱାରା ତାମିଲନାଡୁ ବିଶେଷ ପ୍ରଭାବିତ ହୋଇପାରେ।

Leave a Reply

Your email address will not be published. Required fields are marked *