କଳିଙ୍ଗ ଖବର : ଆଜି ହେଉଛି ଜାତୀୟ କୃଷକ ଦିବସ। ଭାରତର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ରେ ଏହି ଦିବସ ପାଳନ କରାଯାଉଛି। ଚରଣ ସିଂହ ନିଜ କାର୍ଯ୍ୟକାଳ ସମୟରେ କୃଷି କ୍ଷେତୟରେ ସୁଧାର ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କିନ୍ତୁ ଆଜି ପରିସ୍ଥିତି ଭିନ୍ନ। ଯେଉଁମାନଙ୍କ ପାଇଁ ଆଜିର ଦିନଟି ପାଳନ କରାଯାଉଛି ସେମାନେ ଆଜି ହତାଶ। ନିଜର ହକ୍ ପାଇଁ ଚାଷୀ ରାସ୍ତାରେ ବସି ଆନ୍ଦୋଳନ କରୁଛି।
କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନ ବିରୋଧରେ ଅନ୍ନଦାତା ମାସେ ହେଲା ଆନ୍ଦୋଳନ ଚଳାଇଛନ୍ତି। ଦିଲ୍ଲୀର ବିଭିନ୍ନ ସୀମାରେ ପ୍ରବଳ ଥଣ୍ଡାରେ ରାସ୍ତାରେ ବସି ଧାରଣା ଦେଉଛନ୍ତି। ଅନେକ ଚାଷୀଙ୍କ ଜୀବନ ଚାଲି ଗଲାଣି, ତଥାପି ସମସ୍ୟାର ସମାଧାନ ହୋଇପାରି ନାହିଁ।