ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ମହୁଲି ମଦ ଜବତ, ୧୦ ଗିରଫ

ପାଟଣା ୦୨।୦୯: ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମହୁଲି ମଦ ଜବତ । ଏହାସହିତ ୧୦ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅଞ୍ଚଳରେ ବ୍ୟାପକ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଛି ବୋଲି ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ଏକ ଟିମ୍‌ ପ୍ରସ୍ତୁତ କରି ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ସହ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହାସହିତ ମହୁଲି ପୋଚ ନଷ୍ଟ କରାଯାଇଛି ।

ଘଟଣାରେ ୧୦ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  ଗିରଫ ବ୍ୟକ୍ତି ହେଲେ ଟାଙ୍ଗରରପଡା ଗାଁ ସୁନା ନାଏକ, କେନ୍ଦୁଆପଡା ଗାଁର ବ୍ରହ୍ମାନନ୍ଦ ମହାନ୍ତ, ନୂଆପଡା ଗାଁର କ୍ଷୀରୋଦ ମହାନ୍ତ ଓ ଗୌରୀଶଙ୍କର ମହାନ୍ତ, ଶଙ୍ଖୁଆ ଗାଁର ଦେଓଲା ଟୁଡୁ ଓ ପରେଶ କୁମାର ମାଝୀ, ଜାରକିନାଳି ଗାଁର ପାନ ମାଝୀ, ଚୁନୁ ସାହିର ଗଙ୍ଗା ମାଝୀ , ବାଇଧର ମାଝୀ ଏବଂ  କେନ୍ଦେଇପଶି ଗାଁର ଶରତ ସେଠୀ  । ଶରତଙ୍କ ନିକଟରୁ ଏକ ଗାଡି ଜବତ କରାଯାଇଛି। ବେଆଇନ ମଦ ବିକ୍ରି ଅଭିଯୋଗରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *